Friday 21 April 2023

Press Release dated 20.04.2023 of NJCA / JFROPS Odisha

 


Thursday, April 20, 2023

Press Release dated 20.04.2023 of NJCA / JFROPS Odisha

ପ୍ରେସ ଇସ୍ତାହାର
ଏକକ ଭାବେ ନିଜ ନିଜ ସଂଗଠନ ଜରିଆରେ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ଶ୍ରମିକ ଓ କର୍ମଚାରୀମାନେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ବି କୌଣସି ସୁଫଳ ନ ମିଳିବାରୁ, ୮ ଡିସେମ୍ବର ୨୦୨୨,  ୭ ଓ ୨୧ ଜାନୁୟାରୀ ୨୦୨୩ରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ବା National Joint Council of Action (NJCA) ଅନ୍ତର୍ଭୁକ୍ତ ରେଳବାଇ  ସହ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଓ ଶିକ୍ଷକମାନଙ୍କ ସହ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କର  ନୂଆଦିଲ୍ଲୀରେ ତିନି ତିନୋଟି ମିଳିତ ବୈଠକ ଅନୁଷ୍ଠିତ ହୋଇ ସମସ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀ ଓ ଶ୍ରମିକମାନେ ସାମନା କରୁଥିବା ସମସ୍ୟାଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ସେଗୁଡିକର ଆଶୁ ସମାଧାନ ନିମିତ୍ତ ସର୍ବସମ୍ମତି କ୍ରମେ ୨୦୨୩ ପାଇଁ ବର୍ଷସାରାର ଏକ ଆନ୍ଦୋଳନାତ୍ମକ ଚିଠା ପ୍ରସ୍ତୁତ କରିଛନ୍ତି। ବିଶେଷ ଭାବେ ନୂତନ ପେନସନ ଯୋଜନା (ଏନପିଏସ) ବାତିଲ ସହ ପୁରାତନ ପେନସନ ଯୋଜନା(ଓପିଏସ)ର ପୁନଃ ପ୍ରଚଳନ ପାଇଁ ଏକ ମିଳିତ ମଞ୍ଚ 'ଜଏଣ୍ଟ ଫୋରମ ଫର୍ ରେଷ୍ଟୋରେସନ ଅଫ୍ ଓଲ୍ଡ ପେନସନ ସ୍କିମ୍' (JFROPS) ଗଠିତ ହୋଇ ଜିଲ୍ଲା ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ ସମସ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମଗୁଡିକର ସଫଳ ରୁପାୟନ ପାଇଁ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦର କେନ୍ଦ୍ରୀୟ ସଂଗଠନ ପ୍ରତ୍ୟେକ ରାଜ୍ୟ ସଂଗଠନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି।  

ତଦନୁସାରେ, ଏନଜେସିଏ ଓଡ଼ିଶା ଶାଖା ତରଫରୁ ୨୦୨୩ ଜାନୁୟାରୀରୁ ପ୍ରତ୍ୟେକ ମାସ ବିଶେଷଭାବରେ  ଏନପିଏସ ଉଚ୍ଛେଦ ଦାବିରେ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶ ବିଶେଷ ଭାବେ ୨୨ ଡିସେମ୍ବର ୨୦୦୩ର ଏକ କାର୍ଯ୍ୟକାରୀ ଆଦେଶ ବଳରେ କେନ୍ଦ୍ର ବେସାମରିକ  ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁୟାରୀ ପହିଲା ୨୦୦୪ରୁ ଓପିଏସ ବାତିଲ ହୋଇ ଏନପିଏସର ପ୍ରଚଳନ ହେଲା।କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ଓପିଏସରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ଦେୟ ୧୪% ଥାଇ ମଧ୍ୟ ତାହା ପାଖାପାଖି ୮%ରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ। ଏନପିଏସ ଉପଭୋକ୍ତାମାନେ ସରକାରୀ ଚାକିରୀରୁ ଅବସର ନେଇ ପରିବାର ପ୍ରତିପୋଷଣ ପାଇଁ କିଏ ପରିବା ବିକୁଛି ତ କିଏ ପାନ ଦୋକାନ ଖଣ୍ଡେ କରି ଚଳୁଛି। ପେନସନ କାହାରି ଦାନ ବା ଦୟା ନୁହେଁ, ବରଂ  ଏହା ଏକ କର୍ମଚାରୀର ସାମ୍ବିଧାନିକ ଅଧିକାର। ବୟସର ଅପରାହ୍ନରେ କର୍ମଚାରୀର ଏହା ଏକ ଆଶାବାଡ଼ି ଓ ସାମାଜିକ ସୁରକ୍ଷା। ସାମ୍ପ୍ରତିକ ପରିସ୍ଥିତିରେ ବୟସ୍କ ନାଗରିକମାନଙ୍କ ପ୍ରତି ପରିବାର ସଦସ୍ୟଙ୍କ ବ୍ୟବହାର ନ କହିବା ଭଲ। ଏଇ ପେନସନ ଯୋଗୁଁ ସମାଜରେ ସେମାନଙ୍କର ସ୍ଥିତି କିଛି ପରିମାଣରେ ସୁରକ୍ଷିତ।  ଦେଶର ଜନ ପ୍ରତିନିଧିମାନେ ମାତ୍ର  ୫ବର୍ଷ ପାଇଁ ନିର୍ବାଚିତ ହୋଇ ନିଜର ବେତନ ଓ ଭତ୍ତା ବୃଦ୍ଧି କରି ଓପିଏସ ଆଧାରରେ ଏକାଧିକ ପେନସନର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ, ସମ୍ପୂର୍ଣ୍ଣ ଯୋଗ୍ୟତା ଭିତ୍ତିରେ ୩୫ରୁ ୪୦ବର୍ଷ  ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଭାରତ ଭଳି ଏକ ଜନ ମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ।

ସପ୍ତମ ବେତନ ଆୟୋଗ ୨୦୧୫ରେ ତାଙ୍କର ରିପୋର୍ଟ ପ୍ରଦାନ କଲାବେଳେ ସମସ୍ତ କେନ୍ଦ୍ର ସରକାରୀ ଦପ୍ତରରେ ସାତ ଲକ୍ଷରୁ ଅଧିକ ନିୟମିତ  ପଦବୀ ଖାଲି ପଡିଥିଲା ବୋଲି ଉଲ୍ଲେଖ କରିଥିଲେ ଯାହା ଏବେ ବଢି ବଢି ଏଗାର ଲକ୍ଷ ଟପିଲାଣି। ତାବାଦ,  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଅଧିନରେ ଲକ୍ଷ ଲକ୍ଷ ଚୁକ୍ତିଭିତ୍ତିକ,  ସାମୟିକ ତଥା ଠିକା କର୍ମଚାରୀ ଓ ବିଶ୍ୱର ସର୍ବ ବୃହତ ଡାକ ସଂସ୍ଥା ଭାରତୀୟ ଡାକର ୩ଲକ୍ଷ ଗ୍ରାମୀଣ ଡାକ ସେବକ ନିୟମିତ ହେବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷାରତ। କେନ୍ଦ୍ର ସରକାର ତାଙ୍କର ଘରୋଇକରଣ ଓ ଉଦ୍ୟୋଗୀକରଣ ନୀତିକୁ କ୍ଷୀପ୍ରତର କରିବା ପାଇଁ ଡାଉନସାଇଜିଂ ଓ ଆଉଟସୋର୍ସିଂ ନାଁ'ରେ ଦିନକୁ ଦିନ ଏକ ପକ୍ଷରେ ପଦବୀ ସଂଖ୍ୟା ସଂକୁଚିତ ହୋଇଚାଲିଛି।

କର୍ମଚାରୀଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ସମୁଦାୟ ୪୪ଟି ଶ୍ରମ ଆଇନରୁ ୧୫ଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରି ବାକି ୨୯ଟି ଅଧିନିୟମକୁ କେନ୍ଦ୍ର ସରକାର ନିଯୁକ୍ତିଦାତାଙ୍କୁ ସୁହାଇଲା ଭଳି  ୪ଟି ଶ୍ରମ କୋଡରେ ପରିଣତ କରିଛନ୍ତି। ଶ୍ରମ କୋଡ ଲାଗୁହେଲେ କିଛି ନିର୍ଦ୍ଦିଷ୍ଟ ଉଦ୍ୟୋଗପତିଙ୍କୁ ସୁହାଇବ ସିନା, ନିରବଚ୍ଛିନ୍ନ ସଂଘର୍ଷ ଦ୍ୱାରା ପ୍ରାପ୍ତ ଦୈନିକ ନିର୍ଦ୍ଦିଷ୍ଟ ୮ ଘଣ୍ଟା କାର୍ଯ୍ୟର ସମୟ ସୀମା, ସର୍ବନିମ୍ନ ଓ ସମାନ କାମକୁ ସମାନ ମଜୁରି, ବୋନସ, ମହଙ୍ଗା ଭତ୍ତା, ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧାର ମାନ ନିର୍ଦ୍ଧାରଣ, ସାମୟିକ ଓ ଅର୍ଜିତ ଛୁଟି, ସାପ୍ତାହିକ କାର୍ଯ୍ୟ ଦିବସ, କାର୍ଯ୍ୟସ୍ଥଳୀରେ ସ୍ୱାସ୍ଥ୍ୟ ଓ ଜୀବନର ନିରାପତ୍ତା ଇତ୍ୟାଦି ସହ ଶ୍ରମିକ ସଂଗଠନର ହକ୍ ପାଇଁ କଥାବାର୍ତ୍ତାର ଅଧିକାର ସଙ୍କଟାପନ୍ନ ହେବ।

ତେଣୁ କର୍ମଚାରୀଙ୍କ ସ୍ୱାର୍ଥର ସୁରକ୍ଷା ଦୃଷ୍ଟିରୁ ଏହି ଆନ୍ଦୋଳନକୁ ତ୍ୱରାନ୍ୱିତ କରି ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୬ ଏପ୍ରିଲ ୨୦୨୩ରେ ଓଡିଶା ପରିମଣ୍ଡଳର ରେଳବାଇ ସହ ସମସ୍ତ କେନ୍ଦ୍ର  ସରକାରୀ କର୍ମଚାରୀ ଓ ଶିକ୍ଷକମାନଙ୍କ ସହ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ଭୁବନେଶ୍ୱରର ଲୋୟର ପିଏମଜିରେ ଏକ ମିଳିତ କର୍ମଚାରୀ ମହାସମାବେଶ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମହାସମାବେଶରେ ଉଭୟ କେନ୍ଦ୍ର ଓ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ଏବଂ ଶିକ୍ଷକମାନଙ୍କର ନିମ୍ନୋକ୍ତ ମୂଖ୍ୟ ଦାବି, ଯଥା, ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ସହ ଓପିଏସର ପୁନଃ ପ୍ରଚଳନ, ଅଷ୍ଟମ ବେତନ ଆୟୋଗ ଗଠନ, ସରକାରୀ ଦପ୍ତରରେ ଖାଲି ପଡିଥିବା ସମସ୍ତ ପଦବୀ ପୁରଣ, ସରକାରୀ ସଂସ୍ଥାର ଘରୋଇକରଣ ଓ ଆଉଟସୋରସିଂ ବନ୍ଦ, ସମସ୍ତ ସାମୟିକ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସହ ଗ୍ରାମୀଣ ଡାକସେବକମାନଙ୍କର ନିୟମିତୀକରଣ, ୧୮ ମାସର ବକେୟା ମହଙ୍ଗା ଭତ୍ତା ପ୍ରଦାନ, ଶ୍ରମକୋଡ ପ୍ରତ୍ୟାହାର, ଶ୍ରମିକ ସଂଗଠନର ହକର ସୁରକ୍ଷା ପ୍ରଦାନ, ଓଡ଼ିଶାର ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନିୟମାନୁସାରେ ଅନୁଦାନ ପରିସରଭୁକ୍ତ, ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ଏକକ ଭାବେ ୦୧.୦୧.୨୦୧୬ରୁ ସପ୍ତମ ବେତନ ଆୟୋଗର ସୁପାରିଶ ଲାଗୁ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକୁ ସରକାରୀକରଣ ଇତ୍ୟାଦି ଉପରେ ଆଲୋଚନା କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କର ସାଧାରଣ ସମସ୍ୟାର ସମାଧାନ ପାଇଁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ସେହିପରି ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ଏବଂ ଶିକ୍ଷକମାନଙ୍କର ସମସ୍ୟା ସମ୍ବଳିତ ଦାବିପତ୍ର ମାନ୍ୟବର ଓଡିଶା ମୂଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏଥିରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଏନପିଏସ ଉପଭୋକ୍ତାଙ୍କ ସହ କର୍ମଚାରୀ ଓ ପେନସନ ଭୋଗୀମାନେ ହଜାର ହଜାର ସଂଖ୍ୟାରେ ଭାଗନେବେ। ଓଡ଼ିଶାରେ କର୍ମଚାରୀମାନଙ୍କର ଏହି ଐତିହାସିକ ଆନ୍ଦୋଳନକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ସହ ବ୍ୟାଙ୍କ, ଜୀବନ  ବୀମା କର୍ମଚାରୀ ଓ ଅନ୍ୟାନ୍ୟ ଭାତୃପ୍ରତିମ ସଂଗଠନମାନଙ୍କର ସମର୍ଥନ ରହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଦି କର୍ମଚାରୀ ପକ୍ଷର ନେତୃମଣ୍ଡଳୀ ସହ ଆଲୋଚନା କରି ଉପରୋକ୍ତ ସମସ୍ୟାର ଆଶୁ ସମାଧାନ ନ କରନ୍ତି, ତେବେ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଏନଜେସିଏ ଓଡ଼ିଶାର ଆବାହକ ତଥା ପୂର୍ବତଟ ରେଳପଥ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ସାଥୀ ପି କେ ପାଟସାହାଣୀ , କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ, ଓଡିଶା ରାଜ୍ୟ ସମ୍ମନ୍ୱୟ ସମିତିର ସଭାପତି  ସାଥୀ ରବୀନ୍ଦ୍ରନାଥ ଧଳ ଓ ସାଧାରଣ ସମ୍ପାଦକ ସାଥୀ ବୃହସ୍ପତି ସାମଲ, ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ସାଥୀ ବି ବି ପାଣିଗ୍ରାହୀ ଓ ସାଧାରଣ ସମ୍ପାଦକ ସାଥୀ ପ୍ରକାଶ ଚନ୍ଦ୍ର ମହାନ୍ତି, ଓଡିଶା ଆୟକର ବିଭାଗ କର୍ମଚାରୀ ମହାସଂଘ ର ସାଧାରଣ ସମ୍ପାଦକ ଚିତ୍ତ ରଞ୍ଜନ ପଟନାୟକ, ଓଡିଶା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ର ସାଧାରଣ ସମ୍ପାଦକ ପଞ୍ଚାନନ ଜେନା , ଅଲୋସ୍ତା  ର ସାଧାରଣ ସମ୍ପାଦକ ସୁକାନ୍ତ ବେହେରା ,ଜି .ଏସ. ଟି (AIASCT)ର ସାଧାରଣ ସମ୍ପାଦକ କେ. କେ. କୌଶଲ ଏକ ମିଳିତ ପ୍ରେସ ବିବୃତିରେ  ସରକାରଙ୍କୁ ଦୃଢ ଚେତାବନୀ ଦେଇଛନ୍ତି।

ଶ୍ରୀ ପି କେ ପାଟ୍ଟସାହାଣୀ
ଆବାହକ , ଏନଜେସିଏ ଓଡିଶା  ଶାଖା
ସାଧାରଣ ସମ୍ପାଦକ, ପୂର୍ବତଟ ରେଳପଥ ଶ୍ରମିକ ସଂଘ





OSSTA conducted Press Conference on 15.04.2023 for successful organization of State level rally of NJCA Odisha scheduled on 26th April, 2023

 

Contractorisation and Out sourcing in  Government works / Departments, 

(4) Regularise all Casual labourers/Mazdoors, Contingent paid Employees  and Gramin Dak Sevaks in Postal Department, 

(5)  Immediate release of Pending 18 months DA / DR arrears from 01.01.2020 to 30.06.2021,

(6) Immediate Setting up of VIII CPC for  Central/ State Government Employees, 

(7)   Withdraw  restriction of 5 % cap on Compassionate Appointment

(8) Stop imposition of restrictions on Trade Union Rights of the workers. 

Com Prakash Chandra Mohanty, General Secretary, OSSTA and Com P K Patsahani, Convenor, NJCA / JFROPS - Cum- General Secretary, East Coast Railway  Shramik Union under AIRF gave press interview on our 26 th April, 2023 Programme to be held in Bhubaneswar

       Another preparatory meeting will be held on 20th April, 2023 at Shramik Bhawan, Bhubaneswar followed by a Press.Meet on behalf of NJCA / JFROPS, Odisha State Committee by the Chief Executives of the respective organisations only to highlight our issues and the program ahead on 26.04.2023.

Sincere appeal to join your hands in this historic event. A single share can help the message to reach thousands. Please cooperate and  feel proud to be a part of this great movement.

Regards.

B SAMAL
General Secretary
Confederation Odisha State CoC &
Joint Convenor, NJCA Odisha


NFPE (P-IV) Odisha gets ready for participation in the NJCA Odisha's State Level Joint Rally of Central and State Govt. employees scheduled to be held in Bhubaneswar on 26th April, 2023

 


NFPE (P-IV) Odisha gets ready for participation in the NJCA Odisha's State Level Joint Rally of Central and State Govt. employees scheduled to be held in Bhubaneswar on 26th April, 2023

Dear Comrades,

A virtual emergency Circle Working Committee Meeting of NFPE (P-IV) Odisha was held today at 7.30 PM on 15.04.2023 under the presidentship of Com. Ajay Kumar Patra to have a detailed discussion on the proposed rally of NJCA / JFROPS Odisha in Bhubaneswar on 26th April, 2023.

Briefing the purpose of the meeting  Com. MCS Rao, Circle Secretary told that each Division has been instructed by the Circle Union to participate in the rally with 15 to 20 members including family and pensioners. The main agenda of the meeting was to extend both physical and financial support  to Confederation Odisha State CoC as appealed by its State General Secretary which has already been accepted in toto.

The meeting was addressed online by Com. Debabrata Mohanty, General Secretary, P-IV CHQ and Com. Bruhaspati Samal, General Secretary, Confederation Odisha State CoC and Joint Convenor, NJCA Odisha. Com. Mohanty briefed the importance of such a mass rally in Odisha and praised the organizers for such a historic event. He requested all the participating Divisional Secretaries to make the programme successful with every seriousness. He appealed the Circle Secretary to send a message to all the non-participating Divisional Secretaries to join in the next meetings. It was decided to arrange several other virtual meetings region-wise before 26th April and adopt every means for a huge participation in the proposed rally.

Addressing the CWC, Com. Samal appraised one and all to realize the gravity of his appeal both for participation and financial support not only for the Bhubaneswar rally but for the forthcoming AIC of Confederation CHQ on 12th & 13th May, 2023 in Thiruvananthapuram. The CWC assured to extend all kinds of support on behalf of NFPE P-IV Odisha to Confederation Odisha State CoC.

Confederation Odisha State CoC records its sincere gratitude for the assurances given by NFPE P-IV Odisha. Their participation and support in the proposed historic Bhubaneswar rally will be recorded in golden letters in the Postal Trade Union Movement of Odisha.

B SAMAL
General Secretary
Confederation Odisha State CoC &
Joint Convenor, NJCA Odisha









Poster for 26th April 2023 historic joint rally of Central and State Govt. employees in Odisha

 

Poster for 26th April 2023 historic joint rally of Central and State Govt. employees in Odisha







 

ପେନସନ କମିଟି : ଆଶା କମ, ଆଶଙ୍କା ବେଶୀ

ପେନସନ କମିଟି : ଆଶା କମ, ଆଶଙ୍କା ବେଶୀ

ବୃହସ୍ପତି ସାମଲ


 

ପେନସନ କମିଟି : ଆଶା କମ, ଆଶଙ୍କା ବେଶୀ

ବୃହସ୍ପତି ସାମଲ
କେନ୍ଦ୍ର ସରକାରଙ୍କ ପେନସନ ନୀତିରେ ପରିବର୍ତ୍ତନ ଯୋଗୁଁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟର  କୋଟି କୋଟି ସରକାରୀ କର୍ମଚାରୀ ଓ ପେନସନଭୋଗୀ ବୟସର ଅପରାହ୍ନରେ ଆଶାବାଡ଼ି ସାଜିଥିବା ପେନସନର ଭବିଷ୍ୟତକୁ ନେଇ ଅନେକ ସନ୍ଦେହ ଓ ଆଶଙ୍କାରେ କାଳାତିପାତ କରୁଛନ୍ତି। ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶବିଶେଷ ଭାବେ ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠି ଓ ବିଶ୍ବ ବ୍ୟାଙ୍କର ପ୍ରରୋଚନାରେ କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କ ଜିଦଖୋର ମନୋବୃତ୍ତି ଯୋଗୁଁ  ସମସ୍ତ କେନ୍ଦ୍ର ବେସାମରିକ ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁୟାରୀ ପହିଲା ୨୦୦୪ରୁ ପୁରାତନ ପେନସନ ଯୋଜନା (ଓପିଏସ) ବାତିଲ ହୋଇ ନୂତନ ପେନସନ ଯୋଜନା ଅଥବା ଜାତୀୟ ପେନସନ ଯୋଜନା (ଏନପିଏସ)ର ପ୍ରଚଳନ ହେଲା  ଓ ପରେ ୨୦୧୩ରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାରଙ୍କ ସମୟରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ଲାଗୁହେଲା। ଓଡିଶା ଭଳି ରାଜ୍ୟ ୧ ଜାନୁୟାରୀ ୨୦୦୫ରୁ ଏନପିଏସ  ଲାଗୁ କରିଥିବା ବେଳେ, ପଶ୍ଚିମ ବଙ୍ଗ ଓ ତାମିଲନାଡୁ ଭଳି ରାଜ୍ୟରେ ଏ ପର୍ଯ୍ୟନ୍ତ ଏହା ଲାଗୁ ହୋଇ ନାହିଁ। ୨୦୦୩ରୁ ରାଜ୍ୟ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ କର୍ମଚାରୀମାନଙ୍କର କ୍ରମାଗତ ସଂଘର୍ଷ ଫଳରେ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ଆନ୍ଧ୍ରପ୍ରଦେଶ ସରକାର ଶେଷ ଦରମାର ୩୩ ପ୍ରତିଶତ ପେପସନ ଆକାରରେ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ  ନିକଟ ଅତୀତରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଓପିଏସକୁ ଫେରିବା ନିମିତ୍ତ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ମହାରାଷ୍ଟ୍ର ସରକାର ପୁଙ୍ଖାନୁପୁଙ୍ଖ ଅନୁଶୀଳନ ପାଇଁ  ୧୪ ମାର୍ଚ୍ଚ ୨୦୨୩ରେ ଏକ କମିଟି ନିଯୁକ୍ତି କରିଛନ୍ତି। ଫଳରେ ୨୦୦୩ରୁ ଏଯାବତ ଗୋଟିଏ ପଟେ ରେଳବାଇ ସହ ସମସ୍ତ କେନ୍ଦ୍ର ସରକାରୀ ଓ ଶିକ୍ଷକଙ୍କ ସହ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିରବଚ୍ଛିନ୍ନ ଆନ୍ଦୋଳନ ଓ ଅନ୍ୟପକ୍ଷେ  ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ଓପିଏସ ମୁହାଁ ହେଉଥିବା ଯୋଗୁଁ କେନ୍ଦ୍ର ସରକାର ଅନନ୍ୟୋପାୟ ହୋଇ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆଣିବା ସକାଶେ ଭାରତର ଅର୍ଥସଚିବଙ୍କ ଅଧ୍ୟକ୍ଷତାରେଏକ କମିଟି ବସେଇବେ ବୋଲି ୨୪ ମାର୍ଚ୍ଚ ୨୦୨୩ରେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରି ୬ ଏପ୍ରିଲ ୨୦୨୩ରେ ଲିଖିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଶ୍ରମିକ କର୍ମଚାରୀଙ୍କ ମଙ୍ଗଳ ସକାଶେ ସରକାର ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଗତ ବଜେଟ ଅଧିବେଶନରେ ଏକ  ବିଧିବଦ୍ଧ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା। ହେଲେ  କମିଟି ଗଠନ କରି ସରକାର କର୍ମଚାରୀଙ୍କ ଆନ୍ଦୋଳନରେ ବିରାମ ଲଗେଇବାକୁ ଚେଷ୍ଟା କରିଛନ୍ତି ହୃଦବୋଧ କରି କମିଟିର କାର୍ଯ୍ୟକାରିତାକୁ ନେଇ କର୍ମଚାରୀ ମହଲରେ କମ ଆଶା ଏବଂ ଅନେକ ଆଶଙ୍କା ଓ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।ଏଭଳି ଆଶଙ୍କାର କେତେକ ମୂଖ୍ୟ କାରଣ ନିମ୍ନମତେ ଆଲୋଚନା କରାଯାଇପାରେ।

ପ୍ରଥମତଃ, ଏନପିଏସ ଉପରେ କର୍ମଚାରୀ ପକ୍ଷ ସହ ବାରମ୍ବାର ଆଲୋଚନା ପରେ ଶେଷରେ ଜଏଣ୍ଟ କସଲଟେଟିଭ ମେସିନାରୀ ଜାତୀୟ ପରିଷଦର ୧୪ ଡିସେମ୍ବର ୨୦୦୭ର ଷ୍ଟାଣ୍ଡିଂ କମିଟି ବୈଠକରେ କେନ୍ଦ୍ର ସରକାର ଏକ ଲିଖିତ ପ୍ରତିଶ୍ରୁତି ଦେଇ କହିଥିଲେ,"For the employees who have entered with effect from 01.01.2004 are not likely to be worse off vis-a-vis the current pension system in force, as the replacement rate would match to the present one. Thus, NPS is a win-win situation for the employees and the Govt."  କିନ୍ତୁ ଏବେ ଯେତେବେଳେ ଏନପିଏସ ଉପଭୋକ୍ତାମାନେ ଅବସରନେବା ଆରମ୍ଭ କଲେ, ସେତେବେଳେ ଜଣାପଡିଲା ଯେ  ପ୍ରତିଶ୍ରୁତିରୁ ବାସ୍ତବତା ପ୍ରକୃତରେ ବହୁ ଦୁରରେ। ଆଶା କରିଥିଲି ତୋତେ, କାଉକୁ ଯେମନ୍ତେ କୋଇଲି ଭଣ୍ଡାଏ ସେହିପରି କଲୁ ମୋତେ। କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ଓପିଏସରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ଦେୟ ୧୪% ଥାଇ ମଧ୍ୟ ତାହା ପାଖାପାଖି ୮%ରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ।ଉଦାହରଣ ସ୍ୱରୁପ କୁହାଯାଇପାରେ ଶେଷ ଦରମା ୫୬୯୦୦ ଥାଇ ଗୋଳାବାରୁଦ କାରଖାନାର କର୍ମଚାରୀ ଶ୍ରୀ ଶିବଶଙ୍କରନ ୧୭ବର୍ଷ ୬ମାସ ଚାକିରୀ କରି ଅବସର ଗ୍ରହଣ କଲେ। ଓପିଏସରେ ମାସିକ ପେନସନ ଯାହା ୨୮୪୫୦ ମିଳିଥାନ୍ତା, ଏନପିଏସରେ ତାହା ମାତ୍ର ୪୯୦୦ ମିଳିଲା। ସେହିପରି ଶ୍ରୀ ରାମଚନ୍ଦ୍ରନ ୧୩ ବର୍ଷ ୫ ମାସ ଚାକିରୀ କରି ଶେଷ ଦରମା ୩୦୫୦୦ ଥାଇ ଅବସର ନେଲେ। ଓପିଏସରେ ମାସିକ ପେନସନ ଯାହା ୧୫୨୫୦ ମିଳିଥାନ୍ତା, ଏନପିଏସରେ ତାହା ମାତ୍ର ୨୪୧୭ ମିଳିଲା। ଏହିଭଳି ଉଦାହରଣ ଅନେକ। ଏନପିଏସ ଉପଭୋକ୍ତାମାନେ ସରକାରୀ ଚାକିରୀରୁ ଅବସର ନେଲାପରେ ପରିବାର ପ୍ରତିପୋଷଣ ପାଇଁ କେହି ପରିବା ବିକୁଛି, କେହି ଦିନ ମଜୁରିଆ ଭାବେ କାମ କରୁଛି ତ ଆଉ କେହି ପାନ ଦୋକାନ ଖଣ୍ଡେ କରି ଗୁଜୁରାଣ ମେଣ୍ଟଉଛି। କେହି କେହି ସ୍ୱାଭିମାନୀ ଆର୍ଥିକ ବୋଝ ମୁଣ୍ଡେଇ ନପାରି ଆତ୍ମହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଏମିତି ଖବର ଅସରନ୍ତି।ଏଭଳି ପରିସ୍ଥିତିରେ, କୌଣସି ପ୍ରତିଶ୍ରୁତିକୁ ଭରଷା ନ କରି କର୍ମଚାରୀମାନେ ନିଜର ତଥା ପରବର୍ତ୍ତୀ ପିଢିର ଭବିଷ୍ୟତ ଉଜୁଡିଯିବା ଆଶଙ୍କାରେ ଏନପିଏସ ଉଚ୍ଛେଦ ଆନ୍ଦୋଳନକୁ ତୀବ୍ରତର କରିବାରେ ଲାଗିପଡିଛନ୍ତି।

Wednesday, April 12, 2023

ପେନସନ କମିଟି : ଆଶା କମ, ଆଶଙ୍କା ବେଶୀ


 

ପେନସନ କମିଟି : ଆଶା କମ, ଆଶଙ୍କା ବେଶୀ

ବୃହସ୍ପତି ସାମଲ
କେନ୍ଦ୍ର ସରକାରଙ୍କ ପେନସନ ନୀତିରେ ପରିବର୍ତ୍ତନ ଯୋଗୁଁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟର  କୋଟି କୋଟି ସରକାରୀ କର୍ମଚାରୀ ଓ ପେନସନଭୋଗୀ ବୟସର ଅପରାହ୍ନରେ ଆଶାବାଡ଼ି ସାଜିଥିବା ପେନସନର ଭବିଷ୍ୟତକୁ ନେଇ ଅନେକ ସନ୍ଦେହ ଓ ଆଶଙ୍କାରେ କାଳାତିପାତ କରୁଛନ୍ତି। ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶବିଶେଷ ଭାବେ ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠି ଓ ବିଶ୍ବ ବ୍ୟାଙ୍କର ପ୍ରରୋଚନାରେ କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କ ଜିଦଖୋର ମନୋବୃତ୍ତି ଯୋଗୁଁ  ସମସ୍ତ କେନ୍ଦ୍ର ବେସାମରିକ ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁୟାରୀ ପହିଲା ୨୦୦୪ରୁ ପୁରାତନ ପେନସନ ଯୋଜନା (ଓପିଏସ) ବାତିଲ ହୋଇ ନୂତନ ପେନସନ ଯୋଜନା ଅଥବା ଜାତୀୟ ପେନସନ ଯୋଜନା (ଏନପିଏସ)ର ପ୍ରଚଳନ ହେଲା  ଓ ପରେ ୨୦୧୩ରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାରଙ୍କ ସମୟରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ଲାଗୁହେଲା। ଓଡିଶା ଭଳି ରାଜ୍ୟ ୧ ଜାନୁୟାରୀ ୨୦୦୫ରୁ ଏନପିଏସ  ଲାଗୁ କରିଥିବା ବେଳେ, ପଶ୍ଚିମ ବଙ୍ଗ ଓ ତାମିଲନାଡୁ ଭଳି ରାଜ୍ୟରେ ଏ ପର୍ଯ୍ୟନ୍ତ ଏହା ଲାଗୁ ହୋଇ ନାହିଁ। ୨୦୦୩ରୁ ରାଜ୍ୟ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ କର୍ମଚାରୀମାନଙ୍କର କ୍ରମାଗତ ସଂଘର୍ଷ ଫଳରେ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ଆନ୍ଧ୍ରପ୍ରଦେଶ ସରକାର ଶେଷ ଦରମାର ୩୩ ପ୍ରତିଶତ ପେପସନ ଆକାରରେ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ  ନିକଟ ଅତୀତରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଓପିଏସକୁ ଫେରିବା ନିମିତ୍ତ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ମହାରାଷ୍ଟ୍ର ସରକାର ପୁଙ୍ଖାନୁପୁଙ୍ଖ ଅନୁଶୀଳନ ପାଇଁ  ୧୪ ମାର୍ଚ୍ଚ ୨୦୨୩ରେ ଏକ କମିଟି ନିଯୁକ୍ତି କରିଛନ୍ତି। ଫଳରେ ୨୦୦୩ରୁ ଏଯାବତ ଗୋଟିଏ ପଟେ ରେଳବାଇ ସହ ସମସ୍ତ କେନ୍ଦ୍ର ସରକାରୀ ଓ ଶିକ୍ଷକଙ୍କ ସହ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିରବଚ୍ଛିନ୍ନ ଆନ୍ଦୋଳନ ଓ ଅନ୍ୟପକ୍ଷେ  ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ଓପିଏସ ମୁହାଁ ହେଉଥିବା ଯୋଗୁଁ କେନ୍ଦ୍ର ସରକାର ଅନନ୍ୟୋପାୟ ହୋଇ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆଣିବା ସକାଶେ ଭାରତର ଅର୍ଥସଚିବଙ୍କ ଅଧ୍ୟକ୍ଷତାରେଏକ କମିଟି ବସେଇବେ ବୋଲି ୨୪ ମାର୍ଚ୍ଚ ୨୦୨୩ରେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରି ୬ ଏପ୍ରିଲ ୨୦୨୩ରେ ଲିଖିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଶ୍ରମିକ କର୍ମଚାରୀଙ୍କ ମଙ୍ଗଳ ସକାଶେ ସରକାର ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଗତ ବଜେଟ ଅଧିବେଶନରେ ଏକ  ବିଧିବଦ୍ଧ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା। ହେଲେ  କମିଟି ଗଠନ କରି ସରକାର କର୍ମଚାରୀଙ୍କ ଆନ୍ଦୋଳନରେ ବିରାମ ଲଗେଇବାକୁ ଚେଷ୍ଟା କରିଛନ୍ତି ହୃଦବୋଧ କରି କମିଟିର କାର୍ଯ୍ୟକାରିତାକୁ ନେଇ କର୍ମଚାରୀ ମହଲରେ କମ ଆଶା ଏବଂ ଅନେକ ଆଶଙ୍କା ଓ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।ଏଭଳି ଆଶଙ୍କାର କେତେକ ମୂଖ୍ୟ କାରଣ ନିମ୍ନମତେ ଆଲୋଚନା କରାଯାଇପାରେ।

ପ୍ରଥମତଃ, ଏନପିଏସ ଉପରେ କର୍ମଚାରୀ ପକ୍ଷ ସହ ବାରମ୍ବାର ଆଲୋଚନା ପରେ ଶେଷରେ ଜଏଣ୍ଟ କସଲଟେଟିଭ ମେସିନାରୀ ଜାତୀୟ ପରିଷଦର ୧୪ ଡିସେମ୍ବର ୨୦୦୭ର ଷ୍ଟାଣ୍ଡିଂ କମିଟି ବୈଠକରେ କେନ୍ଦ୍ର ସରକାର ଏକ ଲିଖିତ ପ୍ରତିଶ୍ରୁତି ଦେଇ କହିଥିଲେ,"For the employees who have entered with effect from 01.01.2004 are not likely to be worse off vis-a-vis the current pension system in force, as the replacement rate would match to the present one. Thus, NPS is a win-win situation for the employees and the Govt."  କିନ୍ତୁ ଏବେ ଯେତେବେଳେ ଏନପିଏସ ଉପଭୋକ୍ତାମାନେ ଅବସରନେବା ଆରମ୍ଭ କଲେ, ସେତେବେଳେ ଜଣାପଡିଲା ଯେ  ପ୍ରତିଶ୍ରୁତିରୁ ବାସ୍ତବତା ପ୍ରକୃତରେ ବହୁ ଦୁରରେ। ଆଶା କରିଥିଲି ତୋତେ, କାଉକୁ ଯେମନ୍ତେ କୋଇଲି ଭଣ୍ଡାଏ ସେହିପରି କଲୁ ମୋତେ। କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ଓପିଏସରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ଦେୟ ୧୪% ଥାଇ ମଧ୍ୟ ତାହା ପାଖାପାଖି ୮%ରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ।ଉଦାହରଣ ସ୍ୱରୁପ କୁହାଯାଇପାରେ ଶେଷ ଦରମା ୫୬୯୦୦ ଥାଇ ଗୋଳାବାରୁଦ କାରଖାନାର କର୍ମଚାରୀ ଶ୍ରୀ ଶିବଶଙ୍କରନ ୧୭ବର୍ଷ ୬ମାସ ଚାକିରୀ କରି ଅବସର ଗ୍ରହଣ କଲେ। ଓପିଏସରେ ମାସିକ ପେନସନ ଯାହା ୨୮୪୫୦ ମିଳିଥାନ୍ତା, ଏନପିଏସରେ ତାହା ମାତ୍ର ୪୯୦୦ ମିଳିଲା। ସେହିପରି ଶ୍ରୀ ରାମଚନ୍ଦ୍ରନ ୧୩ ବର୍ଷ ୫ ମାସ ଚାକିରୀ କରି ଶେଷ ଦରମା ୩୦୫୦୦ ଥାଇ ଅବସର ନେଲେ। ଓପିଏସରେ ମାସିକ ପେନସନ ଯାହା ୧୫୨୫୦ ମିଳିଥାନ୍ତା, ଏନପିଏସରେ ତାହା ମାତ୍ର ୨୪୧୭ ମିଳିଲା। ଏହିଭଳି ଉଦାହରଣ ଅନେକ। ଏନପିଏସ ଉପଭୋକ୍ତାମାନେ ସରକାରୀ ଚାକିରୀରୁ ଅବସର ନେଲାପରେ ପରିବାର ପ୍ରତିପୋଷଣ ପାଇଁ କେହି ପରିବା ବିକୁଛି, କେହି ଦିନ ମଜୁରିଆ ଭାବେ କାମ କରୁଛି ତ ଆଉ କେହି ପାନ ଦୋକାନ ଖଣ୍ଡେ କରି ଗୁଜୁରାଣ ମେଣ୍ଟଉଛି। କେହି କେହି ସ୍ୱାଭିମାନୀ ଆର୍ଥିକ ବୋଝ ମୁଣ୍ଡେଇ ନପାରି ଆତ୍ମହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଏମିତି ଖବର ଅସରନ୍ତି।ଏଭଳି ପରିସ୍ଥିତିରେ, କୌଣସି ପ୍ରତିଶ୍ରୁତିକୁ ଭରଷା ନ କରି କର୍ମଚାରୀମାନେ ନିଜର ତଥା ପରବର୍ତ୍ତୀ ପିଢିର ଭବିଷ୍ୟତ ଉଜୁଡିଯିବା ଆଶଙ୍କାରେ ଏନପିଏସ ଉଚ୍ଛେଦ ଆନ୍ଦୋଳନକୁ ତୀବ୍ରତର କରିବାରେ ଲାଗିପଡିଛନ୍ତି।

ଦ୍ୱିତୀୟତଃ, ସପ୍ତମ ବେତନ ଆୟୋଗ ପରିପ୍ରେକ୍ଷୀରେ ସର୍ବନିମ୍ନ ବେତନକୁ ୧୮୦୦୦ରୁ ୨୬୦୦୦କୁ ବୃଦ୍ଧି ଏବଂ ବେତନ ନିର୍ଦ୍ଧାରଣ ସୂତ୍ରର ସଂଶୋଧନ ପାଇଁ  ୧୧ ଜୁଲାଇ ୨୦୧୬ରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ କରିବେ ବୋଲି ରେଳବାଇ ସହ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରଷଦ ତରଫରୁ ଯେତେବେଳେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ୬ ଜୁଲାଇ ୨୦୧୬ରେ ଏକ ପ୍ରେସ୍ ଇସ୍ତାହାର ଜାରି କରି  ଏକ ଉଚ୍ଚସ୍ତରୀୟ କମିଟି ଜରିଆରେ ପୁଙ୍ଖାନୁପୁଙ୍ଖ ଅନୁଶୀଳନ ସହ ଚାରିମାସ ଭିତରେ ନିଷ୍ପତ୍ତି ନେବାପାଇଁ ଘୋଷଣା କଲେ। ଲିଖିତ ପ୍ରତିଶ୍ରୁତି ପାଇ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଯିବା ପରେ ସେସମୟର ଅର୍ଥମନ୍ତ୍ରୀ  ୧୯  ଜୁଲାଇ ୨୦୧୬ରେ ରାଜ୍ୟସଭାର ପ୍ରଶ୍ନୋତ୍ତର କାଳରେ ଉତ୍ତର ରଖିଲେ ଯେ ସେଭଳି କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ନାହିଁ। କି ବିଚିତ୍ରକଥା! ୪ମାସ ଯାଇ ୭ ବର୍ଷ ଅତିବାହିତ ହେବାକୁ ବସିଲାଣି, ଉଚ୍ଚସ୍ତରୀୟ କମିଟି ଗଠନ ତ ଦୁରର କଥା, ସରକାର କର୍ମଚାରୀଙ୍କର କୌଣସି କଥା ଶୁଣିବା ଅବସ୍ଥାରେ ନାହାନ୍ତି। ସରକାରଙ୍କ ତରଫରୁ କର୍ମଚାରୀଙ୍କୁ ଦିଆଯାଇଥିବା ଏଭଳି ଅନେକ ନିଷ୍ଫଳ ପ୍ରତିଶ୍ରୁତିର ଅବତାରଣା କରଯାଇପାରେ। ତେଣୁ  ଏନପିଏସ କମିଟିର ଫଳାଫଳକୁ ନେଇ  କର୍ମଚାରୀ ମହଲରେ ଅନେକ ସଂଶୟ।

ତୃତୀୟତଃ, ଏନପିଏସ କମିଟିର ଲିଖିତ ନିର୍ଦ୍ଦେଶନାମାରେ ବିଚାର ନିମନ୍ତେ ଯେଉଁସବୁ ସର୍ତ୍ତାବଳୀ ନିହିତ ଅଛି, ସେଥିରେ କମିଟିର କାର୍ଯ୍ୟକାଳ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇ ନାହି କିମ୍ବା କର୍ମଚାରୀ ପକ୍ଷର ପ୍ରତିନିଧିମାନଙ୍କୁ ନିଜର ପକ୍ଷ ରଖିବା ପାଇଁ କୌଣସି ପ୍ରାବଧାନ ନାହିଁ। ଅଧିକନ୍ତୁ, ଅର୍ଥସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ସଚିବ, ବ୍ୟୟ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସଭ୍ୟ ରହିଥିବା ବେଳେ ଏଥିରେ କର୍ମଚାରୀ ପ୍ରତିନିଧିମାନଙ୍କର ସ୍ଥାନ ନାହିଁ। ଏଭଳି ପରିସ୍ଥିତିରେ କମିଟିର ସୁସ୍ଥ କାର୍ଯ୍ୟକାରିତାକୁ ନେଇ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ।

ଚତୁର୍ଥ କାରଣ ହେଲା, ୨୦୨୪ ସାଧାରଣ ନିର୍ବାଚନର ବର୍ଷ ହେଇଥିବା ଯୋଗୁଁ ୨୦୨୩ ପ୍ରାରମ୍ଭରୁ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କଲାଭଳି ନିଜ ନିଜର ନିର୍ବାଚନୀ ଇସ୍ତାହାରକୁ  ରୋଚକ ଓ ମନଲୋଭା କରିବାରେ ବ୍ୟଗ୍ରତା ଦେଖାଉଛନ୍ତି। ଏବେ ଯେଉଁ କେତୋଟି କଂଗ୍ରେସ ଶାସିତ ରାଜ୍ୟ ଓପିଏସକୁ ଫେରିବାକୁ ପ୍ରତିଶ୍ରୁତି ଦେଉଛନ୍ତି, କେନ୍ଦ୍ରରେ ଯେତେବେଳେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେହି କଂଗ୍ରେସ ନେତୃତ୍ବାଧୀନ ସରକାର ଚାଲିଥିଲା, ସେମାନେ ଏନପିଏସ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନ ନେଇ ବରଂ  ୨୦୧୩ରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ଲାଗୁକରେଇ ଏନପିଏସର ଚେରକୁ ମଜଭୁତ କରେଇଲେ। ଏନପିଏସରେ ପରିବର୍ତ୍ତନ ଆଣିବା ନୁହେଁ ବରଂ ସମ୍ପୂର୍ଣ୍ଣ ଉଚ୍ଛେଦ କର୍ମଚାରୀଙ୍କର ଦାବି। ତେଣୁ, ପେନସନ କମିଟି ଗଠନ ଏବର କେନ୍ଦ୍ର ସରକାରଙ୍କର ଏକ ନିର୍ବାଚନୀ ଚାଲ କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ଦିଆଯାଇଥିବା  ଅନେକ ପ୍ରତିଶ୍ରୁତି ପାଣିର ଗାର ହେଇ ରହିଯାଇଛି। ଲୋକେ ଆଜି ବି ବେରୋଜଗାରୀ, ଦରବୃଦ୍ଧି, ଦୁର୍ନୀତି ତଥା କଳାବଜାରୀ ସହ ଜୁଝୁଛନ୍ତି। ଏନପିଏସ ଉଚ୍ଛେଦ ପ୍ରସଙ୍ଗ ୨୦୦୩ରୁ ଆରମ୍ଭ ହେଇ ୨୦ବର୍ଷରେ ପଦାର୍ପଣ କରି ଚାରି ଚାରିଟି ସରକାରର ସାମନା କଲାଣି।  ତଥାପି ସଂଘର୍ଷ ଚାଲିଛି। ରାଜନୈତିକ ଦଳମାନଙ୍କର କୌଣସି ନିର୍ବାଚନୀ  ପ୍ରତିଶ୍ରୁତିରେ ବିଶ୍ୱାସ କଲାଭଳି ମାନସିକତା କର୍ମଚାରୀଙ୍କର ଆଉ ଆଦୌ ନାହିଁ। ଏ ସନ ମଳୁ, ଆର ସନକୁ ବଇଦ ନ୍ୟାୟରେ କର୍ମଚାରୀମାନେ ବି ଢେର ଅଭିଜ୍ଞତା ଗୋଟେଇଲେଣି।

ପେନସନ କାହାରି ଦାନ ବା ଦୟା ନୁହେଁ, ବରଂ  ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଅନୁମୋଦିତ ଏହା ଏକ କର୍ମଚାରୀର ସାମ୍ବିଧାନିକ ଅଧିକାର। ଦେଶର ଜନ ପ୍ରତିନିଧିମାନେ ମାତ୍ର  ୫ବର୍ଷ ପାଇଁ ନିର୍ବାଚିତ ହୋଇ ନିଜର ବେତନ ଓ ଭତ୍ତା ବୃଦ୍ଧି କରି ଓପିଏସ ଆଧାରରେ ଏକାଧିକ ପେନସନର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ, ସମ୍ପୂର୍ଣ୍ଣ ଯୋଗ୍ୟତା ଭିତ୍ତିରେ ୩୫ରୁ ୪୦ବର୍ଷ   ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଭାରତ ଭଳି ଏକ ଜନ ମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ। ତେଣୁ ସାରା ଦେଶର ଶ୍ରମିକ କର୍ମଚାରୀ ଆନ୍ଦୋଳନ ଶିଖରରେ ପହଞ୍ଚିବା ଆଗରୁ ଉପରୋକ୍ତ କମିଟି ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ଜରୁରୀ ବୋଲି ଆଶା କରାଯାଉଛି।

ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମ୍ମନ୍ୱୟ ସମିତି, ଭୁବନେଶ୍ୱର
ମୋବାଇଲ ନଂ: ୯୪୩୭୦୨୨୬୬୯
ଇମେଲ:bsamalbbsr@gmail.com
*******

Confederation Odisha CoC requests for up-to-date maintenance of the CGHS Bhubaneswar, Odisha Website

 

Confederation Odisha CoC requests for up-to-date maintenance of the CGHS Bhubaneswar, Odisha Website



Confederation Odisha CoC writes to the DG, CGHS on local issues of the Wellness Centres in Odisha

 

Confederation Odisha CoC writes to the DG, CGHS on local issues of the Wellness Centres in Odisha


CIVIL APPEAL NO. 2471 OF 2023 (@ SLP (C) No. 6185/2020) : Regarding additional increment to employees retiring on 30th June

 CIVIL APPEAL NO. 2471 OF 2023 (@ SLP (C) No. 6185/2020) : Regarding additional increment to employees retiring on 30th June


 
Click Here to view the Complete Order (28 Pages)

Last two Paragraphs of the Order


6.7 Similar view has also been expressed by different High Courts, namely, the Gujarat High Court, the Madhya Pradesh High Court,the Orissa High Court and the Madras High Court. As observed hereinabove, to interpret Regulation 40(1) of the Regulations in the manner in which the appellants have understood and/or interpretated would lead to arbitrariness and denying a government servant the benefit of annual increment which he has already earned while rendering specified period of service with good conduct and efficiently in the last preceding year. It would be punishing a person for no fault of him. As observed hereinabove, the increment can be withheld only by way of punishment or he has not performed the duty efficiently. Any interpretation which would lead to arbitrariness and/or unreasonableness should be avoided. If the interpretation as suggested on behalf of the appellants and the view taken by the Full Bench of the Andhra Pradesh High Court is accepted, in that case it would tantamount to denying a government servant the annual increment which he has earned for the services he has rendered over a year subject to his good behaviour. The entitlement to receive increment therefore crystallises when the government servant completes requisite length of service with good conduct and becomes payable on the succeeding day. In the present case the word “accrue” should be understood liberally and would mean payable on the succeeding day.

Any contrary view would lead to arbitrariness and unreasonableness and denying a government servant legitimate one annual increment though he is entitled to for rendering the services over a year with good behaviour and efficiently and therefore, such a narrow interpretation should be avoided. We are in complete agreement with the view taken by the Madras High Court in the case of P. Ayyamperumal (supra); the Delhi High Court in the case of Gopal Singh (supra); the Allahabad High Court in the case of Nand Vijay Singh (supra); the Madhya Pradesh High Court in the case of Yogendra Singh Bhadauria (supra); the Orissa High Court in the case of AFR Arun Kumar Biswal (supra); and the Gujarat High Court in the case of Takhatsinh Udesinh Songara (supra). We do not approve the contrary view taken by the Full Bench of the Andhra Pradesh High Court in the case of Principal Accountant-General, Andhra Pradesh (supra) and the decisions of the Kerala High Court in the case of Union of India Vs. Pavithran (O.P.(CAT) No. 111/2020 decided on 22.11.2022) and the Himachal Pradesh High Court in the case of Hari Prakash Vs. State of Himachal Pradesh & Ors. (CWP No. 2503/2016 decided on 06.11.2020).

 

7. In view of the above and for the reasons stated above, the Division Bench of the High

Court has rightly directed the appellants to grant one annual increment which the original writ petitioners earned on the last day of their service for rendering their services preceding one year from the date of retirement with good behaviour and efficiently. We are in complete agreement with the view taken by the Division Bench of the High Court. Under the circumstances, the present appeal deserves to be dismissed and is accordingly dismissed. However, in the facts and circumstances of the case, there shall be no order as to costs

Joint Mass gathering of Central /State Govt. employees in Bhubaneswar on 26th April, 2023

 

Joint Mass gathering of Central /State Govt. employees in Bhubaneswar on 26th April, 2023

Dear friends/employees/pensioners,

Good evening.

With a fevent appeal to share this message in numbers to reach out throughout, I would like to request you to get ready with your family members to be a part of the historic mass gathering / rally of Central Govt. employees including Railways and State Govt. employees including Teachers  scheduled by #NJCA / #JFROPS, Odisha on 26th April, 2023 in the capital city of Bhubaneswar  to scrap #NPS and restore #OPS. This gathering is the first of its kind in Odisha which has never occured before. 

We don't know about the result of this struggle. But we can say and record proudly that we have struggled till end to restore #OPS which is our constitutional right. #NJCA Odisha is moving ahead with every seriousness. 

Detailed programme will be intimated soon  to all concerned through respective organizations.

 Sincere appeal to join your hands in this historic event. 

Feel proud to be a part of this great movement.

Regards.

= B SAMAL =

General Secrerary

Confederation of Central Govt. Employees and Workers

Odisha State CoC &

Joint Convenor, NJCA Odisha

PAYMENT OF DEARNESS ALLOWANCE TO GRAMIN DAK SEVAKS (GDS) EFFECTIVE FROM O1.O1.2023 ONWARDS -REG.

 PAYMENT OF DEARNESS ALLOWANCE TO GRAMIN DAK SEVAKS (GDS) EFFECTIVE FROM O1.O1.2023 ONWARDS -REG.



DOP - ANNUAL REPORT 2022-23

 DOP - ANNUAL REPORT 2022-23

Postal Directorate has published Annual Report for the year 2022-23 with full statistical information about the Department of Posts.

View Annual Report for the year 2022-23  Click Here

GRANT OF DEARNESS ALLOWANCE TO CENTRAL GOVERNMENT EMPLOYEES W.E.F 01.01.2023: DOP ORDER

 SB ORDER 08/2023: CIRCULATION OF GOVERNMENT SAVINGS PROMOTION GENERAL (AMENDMENTS) RULES, 2019

Download PDF 


GRANT OF DEARNESS ALLOWANCE TO CENTRAL GOVERNMENT EMPLOYEES W.E.F 01.01.2023: DOP ORDER     (CLICK THE LINK BELOW TO VIEW)

https://utilities.cept.gov.in/dop/pdfbind.ashx?id=7739

*****************

SB ORDER 09/2023: REGARDING PROMOTION OF NEFT/RTGS FACILITY FOR FUND TRANSFER FROM BANK ACCOUNT TO PPF/SSA AND PO SAVINGS ACCOUNT.    (CLICK THE LINK BELOW TO VIEW)

https://utilities.cept.gov.in/dop/pdfbind.ashx?id=7740

*****************

SB ORDER 10/2023: REGARDING VARIOUS QUERIES RECEIVED IN CONNECTION WITH MAHILA SAMMAN SAVINGS CERTIFICATE, 2023.

 

Download PDF

*****************

CENTRAL CIVIL SERVICES (LEAVE TRAVEL CONCESSION) RULES, 1988 – FULFILLMENT OF PROCEDURAL REQUIREMENTS

F.NO.31011/06/2023-ESTT.(A-IV)

Government of India

Ministry of Personnel, Public Grievances & Pensions

Department of Personnel & Training

Establishment A-IV Desk

North Block, New Delhi.

Dated: 29th March 2023

OFFICE MEMORANDUM

Subject: Central Civil Services (Leave Travel Concession) Rules, 1988 – Fulfillment of procedural requirements

The undersigned is directed to refer to the above-mentioned subject and to state that Government employees are allowed to en cash 10 days earned leave at the time of availing of LTC to the extent of 60 days during the entire service. However, certain queries have been raised about whether to allow reimbursement of leave encashment or not in cases where the Government employees undertake journeys on private vehicles in areas connected by public transport or the Government servant himself decides to forgo his claim resulting in ‘Nil’ claim on journeys performed.

2. The matter has been considered and decided that since the leave encashment is limited upto 60 days in the entire service, the denial of encashment of leave would not be appropriate in such cases where the Government employee decides to forgo his claim of reimbursement for travel undertaken on private/hired vehicle or his claim is ‘Nil’, provided that:

(i) A Government employee intimates to the Department his intention to avail of LTC in advance and gets the leave sanctioned as per the prescribed procedure before the journey is undertaken;

(ii) The Government employee has submitted a request for leave encashment before the commencement of the journey;

(iii) The Government employee gives a self-declaration that he has actually travelled to the declared place of visit and is not claiming the fare reimbursement for the entire LTC journey.

3. It is further clarified that in the following cases, the Government employees are not required to forgo the fare reimbursement for LTC Journey as per prevailing instructions:

(i) The Journey on LTC is made by taxi, auto-rickshaw etc, only between places not connected by rail and these modes operate on a regular basis from point to point with the specific approval of the State Governments/transport authorities concerned and are authorized to ply ;

(ii) Where a Government servant travels on LTC upto the nearest airport/railway station/ bus terminal by authorized mode of transport and undertakes the rest of the journey to a declared place of visit by private transport/ own arrangement (such as personal vehicle or private taxi, etc.), limited upto 200 KMs to and fro ;

(iii) When the Head of Department allows the use of own/hired taxi for an LTC journey on account of the disability of the Government servant or dependent family member as per the extant instructions.

4. It is also reiterated that, within the same block, when the LTC is being availed of by the Government servant and his family members separately, encashment of leave would be restricted to one occasion only.

5. Hindi version will follow.

(Satish Kumar)

Under Secretary to the Government of India