Thursday 30 November 2023

Second Day (27.11.2023) of the historical 72 hours Maha Dharna Programme by the Joint Forum of Central Trade Unions (except BMS), Joint Kishan Morchas and all Independent Federations i.e.

 

Second Day (27.11.2023) of the historical 72 hours Maha Dharna Programme by the Joint Forum of Central Trade Unions (except BMS), Joint Kishan Morchas and all Independent Federations i.e. State, Central, Bank and Insurance etc. commenced in Lower PMG area, Bhubaneswar since 26th November, 2023.


ଦ୍ୱିତୀୟ ଦିନରେ କୃଷକ-ମଜଦୁର ମହାଧାରଣା 
କର୍ପୋରେଟ ହଟାଅ-ଦେଶ ବଞ୍ଚାଅ
ସରକାରଙ୍କ ଜନବିରୋଧୀ ନୀତି ବିରୋଧ ରେ ଲଗାତାର ସଂଘର୍ଷ  ପାଇଁ ଆହ୍ବାନ 

ଭୁବନେଶ୍ୱର, ତା୨୭/୧୧:
ସଂଯୁକ୍ତ କୃଷକ ମୋର୍ଚ୍ଚା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚ ତଥା ସ୍ୱାଧୀନ ଫେଡେରେସନ୍ ମାନଙ୍କ ଦ୍ଵାରା ଶ୍ରମିକ ଓ କୃଷକ ମାନଙ୍କର ୨୧ ଦଫା ଦାବିରେ ୨୬ ନଭେମ୍ବର ଠାରୁ ମହାତ୍ମାଗାନ୍ଧୀ ମାର୍ଗରେ ଜାରି ରହିଥିବା ତିନି ଦିନିଆ ମିଳିତ ଗଣଧାରଣା ଓ ସମାବେଶ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି।

ଆଜିର ଏହି ମହାଧାରଣା ଓ ମିଳିତ ସମାବେଶରେ ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନ ମାନଙ୍କର ନେତୃବୃନ୍ଦ ସେମାନଙ୍କ ବକ୍ତବ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ  l  ଆଗାମୀ ନିର୍ବାଚନରେ ଜନବିରୋଧୀ ତଥା କର୍ପୋରେଟ ସ୍ୱାର୍ଥରକ୍ଷା କରୁଥିବା ଉଭୟ ସରକାରଙ୍କ  ବିରୋଧ ରେ କୃଷକ-ଶ୍ରମିକ ର ମିଳିତ ଆନ୍ଦୋଳନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ମିଳିତ ମଞ୍ଚରୁ ଘୋଷଣା କରାଯାଇଛି l

 ଆଜି ସମାବେଶର ପ୍ରଥମ ଅଧିବେଶନକୁ ସଂଯୁକ୍ତ କୃଷକ ମୋର୍ଚ୍ଚା, ଓଡ଼ିଶାର ନେତୃବୃନ୍ଦ ଯଥା ଶଶୀଭୂଷଣ ସ୍ବାଇଁ, ମୀନା ପ୍ରଧାନ, ନୀଳମଣି ପ୍ରଧାନ, ପୂର୍ଣଚନ୍ଦ୍ର ପାଢ଼ୀ, ସଦାଶିବ ଦାସ, ମୋହନ ନାଇଡୁ, ଶଙ୍କର, ଅଶୋକ ପ୍ରଧାନ, ଲିଙ୍ଗରାଜ ଆଜାଦ୍, ବଳଭଦ୍ର ମଳିକ ଏବଂ ସତ୍ୟବ୍ରତ ନାୟକଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ  ପରିଚାଳନା କରିଥିଲେ। ଦୁଇଜଣ କେନ୍ଦ୍ରୀୟ ବକ୍ତା ଭାବରେ ରାମକୃଷ୍ଣ ପଣ୍ଡା, ଜି.ଏସ୍.ଶିବଶଙ୍କରଙ୍କ ସମେତ ରାମଚନ୍ଦ୍ର ଖୁଣ୍ଟିଆ, କ୍ଷୀରୋଦ ସିଂହଦେଓ, ମାୟାଧର ନାୟକ, ହରିଶ୍ଚନ୍ଦ୍ର ମିଶ୍ର,ବିଷ୍ଣୁ ମହାନ୍ତି, ବିଜୟ ଜେନା, ସର୍ବେଶ୍ଵର ଭାରତୀ, ଲୋଭାକାନ୍ତ ସ୍ୱାଇଁ, ରଘୁନାଥ ଦାସ, ପ୍ରମିଳା, ବ୍ରଜବନ୍ଧୁ ପ୍ରଧାନ, ନିରାକାର ନାୟକ, ବଂଶୀଧର ପରିଡ଼ା, ଲିଙ୍ଗରାଜ, ମନୋରଞ୍ଜନ ମହାରଣା, ପ୍ରଫୁଲ୍ଲ ସାମନ୍ତରା, ଦେବପ୍ରସାଦ ରାୟ, ପି. ପାର୍ବତୀ, ଜିତେନ୍ଦ୍ରିୟ ବେହେରା, ସୁରେଶ ପାଣିଗ୍ରାହୀ, ନରେନ୍ଦ୍ର ମହାନ୍ତି, ମହେନ୍ଦ୍ର ପରିଡ଼ା, ଜୟନ୍ତ ଦାସ, ସନ୍ତୋଷ ରଥ, ପୁଷ୍ପା ଦାସ, ପ୍ରମୋଦିନୀ ସାହୁ, ରବିନ୍ଦ୍ରନାଥ ଧଳ, ନମିତା ସାହୁ, ସଂଜୀବ ପତି, ରାଜୀବ ତରାଇ, ବିପିନ୍ ମହାନ୍ତି ପ୍ରମୁଖ ଏହି ମହାଧାରଣା ଅବସରରେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ।

ଦ୍ୱିତୀୟ ଅଧିବେଶନରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମାନଙ୍କର ନେତୃବୃନ୍ଦଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ପରିଚାଳନା କରିଥିବା ବେଳେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଅଶୋକ ଦାସ, ରାଧାକାନ୍ତ ସେଠୀ, ଉଲ୍ଲାସ ସ୍ୱାଇଁ , ଜୟସେନ ମେହେର, ଅବକାଶ ସାହୁ, ଦୁଷ୍ମନ୍ତ ଦାସ, ବିଜୟ ସାହୁ, ନିତ୍ୟସୁନ୍ଦର ଦାସ, ପ୍ରକାଶ ମଲ୍ଲିକ ଏବଂ କୃଷକ ସଂଗଠନର ଯମେଶ୍ୱର ସାମନ୍ତରାୟ, ପ୍ରକାଶ ଚନ୍ଦ୍ର ମଲ୍ଲିକ, ବନବିହାରୀ ବେହେରା, ବାସୁଦେବ ଦାସ , ବୀମା କର୍ମଚାରୀ ସଂଗଠନର ରବିନାରାୟଣ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସମସ୍ତ ବକ୍ତା ମାନେ ସେମାନଙ୍କର ବକ୍ତବ୍ୟରେ ସମସ୍ତ କୃଷିଜାତ ସାମଗ୍ରୀର  ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍.ପି)କୁ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ କରିବା, ଚାଷୀ ମାନଙ୍କର ଋଣ ଛାଡ଼, ଭାଗଚାଷୀ ମାନଙ୍କୁ ଆଇନଗତ ଭାବେ ଚାଷୀର ମାନ୍ୟତା ଓ ଚାଷୀର ସୁବିଧା ପ୍ରଦାନ, ମନରେଗା ଯୋଜନାରେ ଦୈନିକ ମଜୁରୀ କୁ ୬୦୦ ଟଙ୍କା କୁ ବୃଦ୍ଧି କରିବା ସହିତ ସମସ୍ତ କିସମ ର ଶ୍ରମିକ ମାନଙ୍କୁ ମାସିକ ସର୍ବନିମ୍ନ ୨୬୦୦୦ ଟଙ୍କାକୁ ମଜୁରୀ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ସେହିପରି ଶ୍ରମିକ ବିରୋଧୀ ଲେବର କୋଡ଼  ଅବିଳମ୍ବେ ବାତିଲ କରିବା, ଆକାଶଛୁଆଁ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, କ୍ରମ ବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟାର ସମାଧାନ କରିବା ପାଇଁ  ବ୍ୟାପକ ନିଯୁକ୍ତି ସୃଷ୍ଟି କରିବାକୁ ଆଜିର ସମାବେଶରେ ବିଭିନ୍ନ ସଂଗଠନର ନେତୃବୃନ୍ଦ ଦାବି କରିଥିଲେ ।

ଅନ୍ୟପକ୍ଷରେ ରାଷ୍ଟ୍ରାୟତ ଉଦ୍ୟୋଗ ତଥା କଳ କାରଖାନା ବିକ୍ରୀ ବନ୍ଦ କରିବା, କୃଷକ ମାନଙ୍କୁ ପେନସନ ପ୍ରଦାନ କରିବା, ଛାତ୍ର ବିରୋଧୀ ତଥା ଶିକ୍ଷା ବିରୋଧୀ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦କୁ ଅବିଳମ୍ବେ ବାତିଲ କରିବା, ସମସ୍ତଙ୍କ ପାଇଁ ମାଗଣା ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ସମସ୍ତଙ୍କ ପାଇଁ ବାସଗୃହ, ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ ପାଇଁ ଜଙ୍ଗଲ ଅଧିକାର ଆଇନ-୨୦୦୬କୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଏବଂ ପରିବେଶ ତଥା ଜନବିରୋଧୀ ଜଙ୍ଗଲ ସଂରକ୍ଷଣ ସଂଶୋଧନ ଆଇନ୍-୨୦୨୩କୁ ପ୍ରତ୍ୟାହାର କରିବା, ଆଦିବାସୀ, ଦଳିତ, ତଥା ମହିଳା ନିର୍ଯାତନା ଅଧିକାର ବନ୍ଦ କରିବା ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ  ସେମାନେ ଦୃଢ଼ ଦାବି କରିଥିଲେ ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉତ୍ତରାଖଣ୍ଡ ରାଜ୍ୟରେ ଟନେଲ୍ ମଧ୍ୟରେ ବସି ରହିଥିବା ଓଡ଼ିଶାର ୫ଜଣ ଶ୍ରମିକଙ୍କ ସମେତ ୩୪ ଜଣ ଶ୍ରମିକ ମାନଙ୍କୁ ନିରାପଦରେ ଉଦ୍ଧାର କରିବା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ ତୀବ୍ର ସମାଲୋଚନା କରି ସେମାନଙ୍କୁ ଉଦ୍ଧାର କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ ଏକ ପ୍ରସ୍ତାବ ଆଗତ କରିଥିଲେ ଏବଂ ଶ୍ରମିକ ନେତା ଜନାର୍ଦ୍ଦନ ପତି ତାହାକୁ ସମର୍ଥନ କରିବା ପରେ ସମାବେଶରେ ତାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।








No comments:

Post a Comment